ସଡକ ଦୁର୍ଘଟଣାରେ ଯୁବକ ମୃତ ; କ୍ଷତିପୂରଣ ଦାବିରେ ରାସ୍ତାରୋକ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ସାରମାଳ ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ସାରମାଳର ୟାମା ସୋ ରୁମ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ କ୍ରିଷ୍ଣା ମୁଣ୍ଡା ( ୨୫)। ସେ ସେହି ସ୍ଥାନୀୟ ଅଞ୍ଚଳର ଓ ତାଙ୍କର ଏକ ଜଳଖିଆ ଦୋକାନ ଅଛି ବୋଲି ଜଣାପଡ଼ିଛି। କ୍ରିଷ୍ଣା ରାସ୍ତା ପାର ହେଉଥିବା ସମୟରେ ତାଙ୍କୁ ଟ୍ରକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ଉକ୍ତ ସ୍ଥାନରେ ରାସ୍ତାରୋକ କରିଛନ୍ତି ବୋଲି ସୂଚନା ମିଳିଛି।

Comments are closed.