ଟ୍ରକ ପଛରୁ ଧକ୍କା ଦେଲା ପିକପ ଭ୍ୟାନ, ଜଣେ ମୃତ ଦୁଇ ଗୁରୁତର

ବାଲେଶ୍ଵର : ବାଲେଶ୍ଵର ଜିଲା ସିମୁଳିଆ ଥାନା ଅଧିନ ୧୬ନଂ ଜାତୀୟ ରାଜପଥ ଜାମୁଝାଡ଼ି ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଏକ ପିକପ ଭ୍ୟାନ ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଦୁଇ ଜଣଙ୍କୁ ଭଦ୍ରକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୂତାବକ, ଓଡ଼ି-୦୪ଏଚ୍-୬୯୩୪ ନମ୍ବର ଏକ ଟ୍ରକ ରାସ୍ତାକଡରେ ଛିଡ଼ା ହୋଇଥିବା ସମୟରେ ବାଲେଶ୍ଵର ଆଡୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ଓଡ଼ି-୨୨ଇ-୩୦୦୮ ନମ୍ବର ପିକପ୍ ଭ୍ୟାନ ଟ୍ରକଟିକୁ ପଛପଟୁ ଧକ୍କା ଦେଇଥିଲା, ଫଳରେ ଘଟଣା ସ୍ଥଳରେ ପିକପ ଚାଳକର ମୃତ୍ୟୁ ହୋଇଥିବା ବେଳେ ଗାଡ଼ିରେ ଥିବା ଅନ୍ୟ ଦୁଇଜଣ ଗୁରୁତ୍ବର ହୋଇଥିଲେ। ଗୁରୁତର ଦୁଇଜଣଙ୍କର ହାତଗୋଡ଼ ଭାଙ୍ଗି ଯାଇଥିବା ବେଳେ ଘଟଣା ସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଗୁରୁତର ଦୁଇଜଣଙ୍କୁ ଭଦ୍ରକ ଡ଼ାକ୍ତରଖାନାରେ ସ୍ଥାନାନ୍ତର କରିବା ସହିତ ଘଟଣାର ତଦନ୍ତ ଜାରିରଖିଛି। ମୃତକ ଏବଂ ଗୁରୁତର ଦୁଇଜଣ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି।

Comments are closed.