ସଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

କନ୍ଧମାଳ : କନ୍ଧମାଳ ଜିଲା ସଦର ଥାନା ଅଞ୍ଚଳ ତୁଡ଼ିପାଜୁ  ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ରହିଛନ୍ତି। ବାଇକ ଚାଳକ ଆଶିଷ ଦିଗାଲ ଏବଂ ଦୀପା କଂହର ରାତ୍ରି ସମୟରେ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଶବକୁ ଘଟଣା ସ୍ଥଳରୁ ସଦର ପୁଲିସ ଜବତ କରି ତଦନ୍ତ କରୁଛନ୍ତି । ଶବ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଦୁଇ ଯୁବକ ଏବଂ ଯୁବତୀ ଗଣେଶ ପୂଜା ସାରି ଘରକୁ ଫେରୁଥିଲା ବେଳେ ଏଭଳି ଅଘଟଣ ଘଟିଥିଲା ବୋଲି ସୂଚନା ମିଳିଛି।

Comments are closed.