ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଟିଟିଲାଗଡ଼ :  ସୋମବାର ସକାଳୁ ବେଲଗାଁ ଟିଟିଲାଗଡ଼ ଜାତୀୟ ରାଜପଥରେ ଝାରଦେବନ୍ଧ ଜଙ୍ଗଲ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏକ ସ୍କୁଟିରେ ଆସୁଥିବା ଯୁବକ ଜଣକ ଭାରସାମ୍ୟ ହରାଇ ବୁଲାଣିରେ ରହିଥିବା ସଂକେତ ପିଲରରେ ଧକ୍କା ଦେଇ ବେହୋସ ହୋଇପଡ଼ିଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ଯାଇ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଯୁବକ ଜଣକଙ୍କ କୌଣସି ପରିଚୟ ମିଳିନି । ସ୍କୁଟିରୁ ଟିଟିଲାଗଡ଼ ପୁଲିସ ଏକ ବୀମା ପ୍ରମାଣ ପତ୍ର ପାଇଥିଲା । ସେଥିରେ ନୂଆପଡା ଜିଲା ତୁକଲାର ଠିକଣା ଏବଂ ରାଜେଶ ହୋତା ଲେଖାଯାଇଥିବା ଜଣାପଡିଛି ।  ଏସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.