ଟ୍ରକରେ ବାଇକ୍ ପିଟି ହୋଇ ଯୁବକର ଶୋଚନୀୟ ମୃତ୍ୟୁ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ସନ୍ନିକଟ ୪୯ନଂ ଜାତୀୟ ରାଜପଥର ଝାରବେଡା ଛକ ନିକଟରେ ଯଶୀପୁର ଆଡକୁ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକରେ ପିଟି ହୋଇ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ବାଇକ୍ ଆରୋହୀ ଜଣକ ମୟୁରଭଞ୍ଜ ଜିଲା କାଠ କରଞ୍ଜିଆ ଗ୍ରାମର କାଜଲ କୁମାର ନାୟକ(୧୯) ବୋଲି ଜଣାପଡିଛି। ତୁରୁମୁଙ୍ଗା ବୈତରଣୀ ପୋଲ ପଟୁ ରଙ୍ଗ ରୁଟରେ କାଜଲ ବାଇକ୍ ନେଇ ତୁରୁମୁଙ୍ଗାଠାରୁ ଚମ୍ପୁଆ ରାସ୍ତାରେ ଯାଉଥିବା ସମୟରେ  ଅପରାହ୍ନ ସାଢେ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାରେ ମୁଣ୍ଡ ବାଡେଇ ହୋଇ ପ୍ରବଳ ରକ୍ତସ୍ରାବ କାରଣରୁ କାଜଲଙ୍କର ମୃତ୍ୟୁ ଘଟିଛି। ତୁରୁମୁଙ୍ଗା ଥାନା ଏସ୍ଆଇ ସୁଶାନ୍ତମଣି ମହାନ୍ତି ମୃତକଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲେ।

Comments are closed.