ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ସ୍ୱାମୀ,ସ୍ତ୍ରୀ ମୃତ ,୩ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ଫୁଲବାଣୀ ପୂର୍ତ୍ତବିଭାଗ ରାସ୍ତାର ଝାଡ଼ରଜିଙ୍ଗ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ କାର ପିଟି ହୋଇ ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି।
ମୃତକ ହେଲେ ଗଞ୍ଜାମ ଜିଲ୍ଲାର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ । ସୂଚନା ଅନୁଯାୟୀ ରାଉଲକେଲାରେ ରହୁଥିବା ନିଜ ଗୁରୁତର ପିତାଙ୍କୁ ଦେଖିବା ପାଇଁ ଗତକାଲି ରାତିରେ ନିଜ ଘରୁ ଏକ କାର ଯୋଗେ ରାଉଲକେଲା ଯାଉଥବା ବେଳେ ହୋଇଥିଲା ଦୁର୍ଘଟଣା । ଘଟଣା ସ୍ଥଳରେ ହିଁ ଉଭୟ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ଖବର ପାଇ ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତି କରିଥିଲା । ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣାସମ୍ପର୍କରେ  ତଦନ୍ତ କରୁଛି।

Comments are closed.