ବୋଲେରୋ –ଟ୍ରକ ଧକ୍କା ; ୮ ଗୁରୁତର

ସୋନପୁର : ବଲାଙ୍ଗୀର – ସୋନପୁର ରାସ୍ତାର ବଡଝିଙ୍କି ନିକଟରେ ଆଜି ଭୋର ସମୟରେ ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଏକ ବୋଲେରୋ , ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ସୋନପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋବରୁ ସେମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବୋଲେରୋରେ କିଛି ବରଯାତ୍ରୀ ଫେରୁଥିବା ସମୟରେ ବଡଝିଙ୍କିଠାରେ ଟ୍ରକ ବୋଲେରୋକୁ ଧକ୍‍କା ଦେଇଥିଲା। ବୋଲେରୋରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟ୍ରକ ଚାଳକ ଓ ହେଲପର ଘଟଣାସ୍ଥଳରୁ ଫେରାର ଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.