ଟିପରକୁ ଧକ୍କା ଦେଲା ବସ ; ଜଣେ ମୃତ ; ୮ ଗୁରୁତର

ନବରଙ୍ଗପୁର : ଆନ୍ଧ୍ରପ୍ରଦେଶ ସୋମପେଟା ନିକଟରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଟିପରକୁ ଏକ ଯାତ୍ରୀବାହୀ ବସ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲପର ବୋଲି ଜଣାପଡିଥିବା ବେଳେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁରରୁ ଉକ୍ତ ଯାତ୍ରୀବାହୀ ବସଟି ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

 

Comments are closed.