ଓଲଟିଲା ଯାତ୍ରୀବାହୀ ବସ ; ଜଣେ ମୃତ, ୧୫ ଆହତ

କେନ୍ଦୁଝର : କେନ୍ଦୁଝର ଜିଲା ଅନ୍ତର୍ଗତ ତେଲକୋଇ କାଞ୍ଜିପାଣି ଘାଟିରେ ଗୁରୁବାର ଏକ ଯାତ୍ରାବାହୀ ବସ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଏହାସହ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ବସରେ ବରଯାତ୍ରୀମାନେ ଯାତ୍ରା କରୁଥିଲେ ବୋଲି ଜଣାପଡିଛି। ରାଉରକେଲାରୁ ବନ୍ଧମୁଣ୍ଡାରୁ ଢେଙ୍କିକୋଟ ଫେରୁଥିବା ବେଳେ ବସଟି ଓଲଟିପଡିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।

Comments are closed.