ଜଳିଗଲା ଚଳନ୍ତା ବସ ; ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ

ରାୟଗଡା : ଏକ ଚଳନ୍ତା ଯାତ୍ରୀବାହୀ ବସ ଜଳିଯିବା ସହ ଏକ ବଡ ଧରଣର ଦୁର୍ଘଟଣାରୁ ପ୍ରାୟ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ସଡକ ଦୁର୍ଘଟଣା ରାୟଗଡା ଜିଲାର ଶିରିଗୁଡା ତାରିଣୀ ଛକ ନିକଟରେ ଘଟିଥିବା ଶନିବାର ଜଣାପଡ଼ିଛି। ଉକ୍ତ ବସଟି ନବରଙ୍ଗପୁର କଷାଗୁମୁଡାରୁ ପୋଲସରାକୁ ଯାଉଥିଲା ବେଳେ ଏଭଳି ଅଘଟଣ ଘଟିଛି। କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରି ନାହିଁ।

 

Comments
Loading...