ଟ୍ରକ ଓ ପିକଅପ ଭ୍ୟାନ ଧକ୍କା ; ୭ ମୃତ

ବାରାଣସୀ – ଲକ୍ଷେ୍ନø ରାଜ୍ୟ ରାଜପପଥରେ ଜଲାପୁର ଥାନା ଅନ୍ତର୍ଗତ ଲହଙ୍ଗପୁର ଗାଁ ନିକଟରେ ମଙ୍ଗଳବାର ଭୋର ୩ଟା୩୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ ପିକଅପ ଭ୍ୟାନ ମଧ୍ୟରେ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତର ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଓ ଉଦ୍ଧାର କାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.