ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ;୪ ଆହତ , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ : ବୌଦ୍ଧ ଜିଲା ଖୁଣ୍ଟବନ୍ଧ ନିକଟରେ ଏକ ଯାତ୍ରୀବାହୀ ବସଟି ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୋମବାର ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆଜି ସକାଳେ ଉକ୍ତ ଯାତ୍ରୀବାହୀ ବସଟି ଖୁଣ୍ଟବନ୍ଧ ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଥିଲା। ଏହାପରେ ୪ ଜଣ ଆହତ ହେବା ଅନ୍ୟ ପ୍ରାୟ ୫୦ ଜଣ ଯାତ୍ରୀ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ବସ ଯୋଗେ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବସଟି ଭବାନୀପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବୋଲି ସୂଚନା ମିଳିଛି।

Comments are closed.