ଟ୍ରକ ଧକ୍କାରେ ଓଲଟିଲା ପିକଅପ ଭ୍ୟାନ ; ହୋମଗାର୍ଡ ସମେତ ୩ ଆହତ

ବ୍ରହ୍ମପୁର: ଜାତୀୟ ରାଜପଥ ୧୬ କନିସି ଛକରେ ସୋମବାର ଏକ ଟ୍ରକ ଓ ପିକଅପ ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କ ସହ ୩ ଜଣ ଆହତ ହୋଇଛନ୍ତି । ଟ୍ରକ ଧକ୍କାରେ ପିକଅପଟି ରାସ୍ତା ମଝିରେ ଓଲଟି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆହତଙ୍କୁ ଵ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଟ୍ରକ ଚାଳକ ଜଣକ ମଦ୍ୟପାନ କରି ଗାଡି ଚଲାଇଥିବାରୁ ଏହି ଦୁର୍ଘଟଣା ହୋଇଥିବା ଶୁଣିବାକୁ ମିଳୁଛି । ଚାଳକକୁ ଲୋକମାନେ ଅଟକ ରଖିଛନ୍ତି ।

Comments are closed.