ଅଜଣା ଗାଡି ଧକ୍କାରେ ପରିବା ବେପାରୀଙ୍କ ମୃତ୍ୟୁ

ବାଲେଶ୍ଵର : ବାଲେଶ୍ଵର ଜିଲା  ଖଇରା ବ୍ଲକ ଦାନ୍ତିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ପରିବା ବେପାରୀଙ୍କର ମୃତ୍ୟୁ ହୋଇଥିବା ରବିବାର ଜଣାପଡ଼ିଛି। ଉକ୍ତ ବେପାରୀ ଜଣଙ୍କ ହେଲେ ରାମଚନ୍ଦ୍ର ସାହୁ।  ସୂଚନା ଯୋଗ୍ୟ ,  ଖଇରା ବ୍ଲକ ଦାନ୍ତିଆ ଛକ ନିକଟରେ ଗଣ୍ଡିବେଡ଼ ବଜାରରେ ଦୀର୍ଘ ୨୦ ବର୍ଷ ଧରି ପରିବା ବେପାର କରୁଥିବା ରାମଚନ୍ଦ୍ର ସାହୁ ଦୋକାନ ବନ୍ଦ କରି ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ଦାନ୍ତିଆ ଛକ ନିକଟରେ ଅଜଣା ଗାଡି ଧକ୍କା ମାରି ପଳେଇ ଯାଇଥିଲା । ସ୍ଥାନୀୟ ଲୋକମାନେ ଦେଖି ଗୁରୁତର ଅବସ୍ଥାରେ ସୋର ପରେ ବାଲେଶ୍ଵର ମେଡ଼ିକାଲ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.