ସଡକ ଦୁର୍ଘଟଣା ; ୨ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜାଡିହ ନିକଟରେ ଆଜି ସକାଳେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ବାପପୁଅ ବୋଲି ଜଣାପଡ଼ିଛି। ମୃତକ ଦୁଇ ଜଣ ହେଲେ ପରଜଙ୍ଗ ଅଞ୍ଚଳର ବାପା ରମଣୀ ରଞ୍ଜନ ମଲ୍ଲିକ ଓ ପୁଅ ସୁବ୍ରତ ରଞ୍ଜନ ମଲ୍ଲିକ ।
ମିଳିଥିବା ସୂଚନା ଅନୁସାରେ ଉଭୟ ଏକ ବାଇକ ଯୋଗେ ଢେଙ୍କାନାଳ ଆଡୁ ପରଜଙ୍ଗ ଯିବା ସମୟରେ ବିଜାଡ଼ିହି ଛକ ନିକଟରେ ଭାରସାମ୍ୟ ହରାଇ ଏକ ତାଳଗଛ ସହ ପିଟି ହୋଇ ଯାଇଥିଲେ l ଦୁଇ ଜଣ କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l

Comments are closed.