ଟ୍ରକ-ବୋଲେରୋ ଧକ୍କା ; ୩ ବରଯାତ୍ରୀ ମୃତ, ୪ ଗୁରୁତର

ଛତିଶଗଡ : ଛତିଶଗଡ ପୁସୋର ଥାନା ଅର୍ନ୍ତଗତ ପୋଡାତରାଇ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଗୁରୁବାର ଜଣାପଡ଼ିଛି। ବରଯାତ୍ରୀକୁ ନେଇ ଛତିଶଗଡ ଯାଉଥିବା ଏକ ବୋଲେରୋ ସହ ଏକ ଟ୍ରକ ଧକ୍କା ହେବାରୁ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୪ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଏକ ବୋଲେରୋ ବରଗଡ କଟାପାଲିରୁ ବରଯାତ୍ରୀଙ୍କୁ ନେଇ ଛତିଶଗଡ଼ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ମୃତାହତ ବରଗଡ କଟାପାଲିର ବୋଲି ପ୍ରାର୍ଥମିକ ତଦନ୍ତରୁ ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

 

Comments are closed.