ବାଇକ ଦୁର୍ଘଟଣାରେ ଜଣେ ମୃତ

ପାତ୍ରପୁର: ପାତ୍ରପୁର ବ୍ଲକ ବାଦପୁର ପଞ୍ଚାୟତ ଜିଲୁଣ୍ଡା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ବାଦପୁର ଗ୍ରାମ ର ପ୍ରସନ କୁମାର ସାହୁ (୫୨) ବୋଲି ଜଣାପଡିଛି। ସେ କୌଣସି କାର୍ଯ୍ୟରେ ଜରଡା ଯାଉଥିବା ବେଳେ ଜିଲୁଣ୍ଡା ରାସ୍ତାରେ ଏକ ଅଟୋକୁ ଅତିକ୍ରମ କରିବା ବେଳେ ଅନ୍ୟ ଏକ ବାଇକ୍ ସହିତ ଧକ୍କା ହୋଇଥିଲା। ଜାହା ଫଳରେ ସେ ରାସ୍ତା ମଧ୍ୟରେ ଛିଟିକି ପଡ଼ିଯାଇଥିଲ। ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭିର ଆଘାତ ଲାଗିବା ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଜରଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇ ଥିବା ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି।

Comments are closed.