୨ ଟ୍ରକ ମୁହାଁମୁହିଁ ଧକ୍କା , ୨ ହେଲପରଙ୍କ ମୃତ୍ୟୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ରବିବାର ବିଳମ୍ବିତ ରାତିରେ ୨ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ହେଲପର୍‌ଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଉଭୟଙ୍କ ଘର ଆନନ୍ଦପୁରର ଜୋକନାଳି ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭରଙ୍କୁ ଗିରଫ କରିଛି।

ସୂଚନାଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଖରାପ ହୋଇଯାଇଥିବାରୁ ୨ ହେଲପର ତାହାକୁ ଠିକ୍‌ କରୁଥିଲେ। ଉକ୍ତ ସମୟରେ ଦ୍ରୁତ ଗତିରେ ପଛରୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ୍‌ ଉକ୍ତ ୨ ହେଲପର‌ଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।ଏହାପରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଫେରାର ହୋଇଯାଉଥିବା ବେଳେ ଖବର ପାଇ ଘସିପୁରା ପୁଲିସ‌ ବେଲବାହାଳି ନିକଟରୁ ଟ୍ରକ୍‌ଟିକୁ ଜବତ କରିଥିବା ବେଳେ ଡ୍ରାଇଭରଙ୍କୁ ଗିରଫ କରିଛି।

Comments are closed.