ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ ୬ ମୃତ; ୯ଗୁରୁତର

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଥାଣ୍ଟିକୋଣ୍ଡା ଗାଁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ୬ ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ଯାତ୍ରୀମାନେ ଏକ ବିବାହ ଉତ୍ସବରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡ଼ିଥିଲା। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.