ଟ୍ରକ୍ ପଛରେ ଧକ୍କା ଦେଇ କାର ଚୁରମାର , ଚାଳକ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ର ଖିରେଇଟାଙ୍ଗିରୀ ନିକଟରେ ଏକ ଚଳନ୍ତା ଟ୍ରକ ପଛରେ ଧକ୍କା ଦେଇ ଏକ କାରର ସମ୍ମୁଖ ଭାଗ ଚୁରମାର ହୋଇଯାଇଥିବା ବେଳେ ଦୁର୍ଘଟଣା ରେ କାର ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର କାର ଚାଳକ ଜଣକ କେନ୍ଦେଇପଶି ଗ୍ରାମର ପ୍ରତାପ ତ୍ରିପାଠୀ ବୋଲି ଜଣାପଡିଛି । ଗୁରୁତର ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି ।

Comments are closed.