ଦୁର୍ଘଟଣାରେ ବାଇକ ଚାଳକଙ୍କ ଦୁଃଖଦ ମୃତ୍ୟୁ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ଗ୍ରାମର ଅଭିଜିତ ମହାନ୍ତ(୨୨)ନାମକ ଜଣେ ଯୁବକ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କେନ୍ଦୁଝରରୁ ସେ ବାଇକ ଯୋଗେ ଗ୍ରାମକୁ ଫେରୁଥିବା ସମୟରେ ଝାରବେଡା ଛକ ନିକଟରେ ରାସ୍ତା କଡରେ ଥିବା ମାଟି ଗଦାରେ ତାଙ୍କ ବାଇକ ସ୍ଲିପ୍ ମାରିବାରୁ ସେ ବାଇକରୁ ଛିଟିକି ପଡିଥିଲେ ଓ ତାଙ୍କର ମୁଣ୍ଡ କଂକ୍ରିଟ ରାସ୍ତା ଧାରରେ ପିଟି ହୋଇଯାଇଥିଲା। ଫଳରେ ପ୍ରବଳ ରକ୍ତ ସ୍ରାବ ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ତୁରୁମୁଙ୍ଗା ପୁଲିସ କେନ୍ଦୁଝର ଠାରେ ମୃତକଙ୍କର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥାର ଦାୟିତ୍ବ ହୀନତା ଯୁବକଙ୍କ ମୃତ୍ୟୁର କାରଣ ହୋଇଥିବାରୁ ଏଠାରେ ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.