ଜଳଖିଆ ଦୋକାନ ଭିତରକୁ ପଶିଗଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୋକାନୀ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚେମଣା ନିକଟ ରାସ୍ତା ପାର୍ଶ୍ବରେ ଥିବା ଏକ ଜଳଖିଆ ଦୋକାନ ଭିତରକୁ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ମାଡ଼ି ଯିବାରୁ ଦୋକାନୀ ଜଣଙ୍କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ରାଜପଥ କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଆଉ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଟ୍ରକଟି ରାସ୍ତା କଡ଼ରେ ଥିବା ଉକ୍ତ ଦୋକାନ ଭିତରକୁ ପଶି ଯାଇଥିଲା। କୁହୁଡ଼ି ଯୋଗୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉ ଥିବା ବେଳେ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments are closed.