ଭାରସାମ୍ୟ ହରାଇ ଘର ଭିତରେ ପଶିଲା ହାଇୱା ; ୩ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ବଲାଣି ଥାନା ଅନ୍ତର୍ଗତ ଡ଼ର୍ବୀ ଛକରେ ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଥିବା ଏକ ଘର ଭିତରକୁ ଭାରସାମ୍ୟ ହରାଇ ଏକ ହାଇୱା ପଶି ଯିବାରୁ ୩ ଜଣ ଭାଇଭଉଣୀ ଗୁରୁତର ଆହତ ହୋଇଛନ୍ତି ବୋଲି ଜଣାପଡ଼ିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇ ଭଉଣୀଙ୍କ ବାପାମା’ ଅନ୍ୟ ଏକ କକ୍ଷରେ ଶୋଇଥିବାରୁ ସେମାନେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ହାଇୱା ଚାଳକ ଘଟଣାସ୍ଥଳରେ ଫେରାର ହୋଇଯାଇଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

 

Comments are closed.