ବସ ଧକ୍କାରେ ବାଇକ ଆରୋହୀ ଗୁରୁତର

ବାଲେଶ୍ଵର: ବାଲେଶ୍ଵର ଜିଲା ନହର ପାଟଣା ନିକଟରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପ୍ରବାସୀଙ୍କୁ ନେଇ ଯାଉଥିବା ବସ ଧକ୍କାରେ ଏକ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବାରିପଦାରୁ କେରଳକୁ ପ୍ରବାସୀଙ୍କୁ ନେଇ ଯାଉଥିବା ବେଳେ ବସଟି ପାଟଣା ନିକଟରେ ଏକ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥାନରୁ ତାଙ୍କୁ ଉଦ୍ଧାର କରାଯାଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ବସଟି ଫେରାର ହୋଇଥିବାବେଳେ ଖନ୍ତାପଡା ପୋଲିସ ଉକ୍ତ ବସକୁ ଜବତ କରିବାରେ ସଫଳ ହୋଇଛି।

 

Comments are closed.