ମିନି ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ

ବାଙ୍କୀ: ବାଙ୍କୀ ବୈଦେଶ୍ୱର ମୁଖ୍ୟ ରାସ୍ତାର ଶନିବାର ଏକ ସଡକ ଦୁର୍ଘଟଣାରେ ସାଇକେଲରେ ଯାଉଥିବା ଯୁବକଙ୍କର ମୃତ୍ୟୁ ଘଟିଛି। ସୂଚନା ଯୋଗ୍ୟ ଯେ ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡା ଗ୍ରାମର ପଞ୍ଚାନନ ଦାସଙ୍କ ପୁଅ ସନ୍ତୋଷ କୁମାର ଦାସ(୪୫) ବାଙ୍କୀ ବଜାରରୁ ନିଜ କାମ ସାରି ଘରକୁ ଫେରୁଥିଲା ବେଳେ ବାଙ୍କୀପଟୁ ବୈଦେଶ୍ୱରକୁ ଯାଉଥିବା ଏକମିନି ଟ୍ରକ ତାଙ୍କୁ ଧକ୍କା ଦେବାରୁ ସେ ଚକାତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଡାକ୍ତରଖାନାକୁ ଅଣାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ବାଙ୍କୀ ପୁଲିସ ଗାଡିକୁ ଜବତ୍‍ କରି ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି। ପୁଅ ସନ୍ତୋଷର ଦୁର୍ଘଟଣା ଜନିତ ମୃତ୍ୟୁରେ ବୃଦ୍ଧ ପିତାମାତା ଆସାହୟ ହୋଇପଡ଼ିଛନ୍ତି।। ବାଙ୍କୀ ମେଡିକାଲରେ ପଞ୍ଚାୟତର ପୁରୁଖା ମୁରବି ମାନେ ଉପସ୍ଥିତ ରହି ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।

Comments are closed.