ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର

ପାଟଣା : ପାଟଣା ଥାନା ଅନ୍ତର୍ଗତ ସାହାରପଡା ଏଟିଏମ୍ ନିକଟ ୨୨୦ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ଏକ ବାଇକ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏହି ଦୁର୍ଘଟଣାରେ ବାଇକ୍‌ରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ସାହାରପଡା ଅଗ୍ନିଶମ ବିଭାଗ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ଥ ଯୁବକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗଣ୍ଡବେଡା ଗ୍ରାମର ହୋଇଥିବାବେଳେ ଅନ୍ୟ ଜଣଙ୍କ ସଠିକ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।

Comments are closed.