ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର , ଚାଲିଗଲା ୪ ଜୀବନ

ଡ଼େରାଡୁନ : ଉତରାଖଣ୍ଡର ଡ଼େରାଡୁନ ଡ଼ୋଈବାଲା ମଣି ମାଈ ମନ୍ଦିର ନିକଟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ତେଲ ଟ୍ୟାଙ୍କର ଓ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା କାଲି ବିଳମ୍ବିତ ରାତିରେ ଘଟିଛି। ରାଜପଥରେ ତେଲ ଟ୍ୟାଙ୍କର ଏକ ଅଟୋକୁ ଖୁବ ଜୋରରେ ଧକ୍କା ଦେଇଥିଲା। ଧକ୍କା ଦେବା ଫଳରେ ଅଟୋଟି ଏକ ଗଛରେ ପିଟି ହୋଇଗଲା ଓ ଅଟୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଗଲା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଗାଡ଼ି ମଧ୍ୟରୁ ମୃତଦେହ ଓ ଆହତଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣା ପରେ ତେଲ ଟ୍ୟାଙ୍କରର ଚାଳକ ଫେରାର ହୋଇଯାଇଛି।

Comments are closed.