ଓଲଟିଲା ଯାତ୍ରୀବାହୀ ବସ ; ୧୨ ଆହତ, ୨ ଗୁରୁତର

ଗଜପତି : ଗଜପତି ଜିଲାର ଅଡ଼ବା ଥାନା ଖ୍ରୀଷ୍ଟପୁର ଗାଁ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼କୁ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଆହତଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବସରେ ମୋଟ ୪୦ ଜଣ ଯାତ୍ରୀ ଥିଲେ। ବସଟି ରାୟଗଡ଼ାରୁ କଟକ ଯିବାବେଳେ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।

Comments are closed.