ଜିପ୍‍କୁ ଧକ୍କା ଦେଲା ଟ୍ରକ ; ୧ ମୃତ , ୩ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପୁଲିସ ଜିପକୁ ଏକ ଟ୍ରକ ଧକ୍କା ଦେବାରୁ ଓଡ଼ିଶା ସଶସ୍ତ୍ର ପୁଲିସ ବାହିନୀ (ଓଏସଏପି) ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ଓଏସଏପି ଫାଷ୍ଟ ବାଟାଲିଅନର ଜଣେ ଡ଼େପୁଟି ସୁବେଦାର ବୋଲି ଜଣାପଡ଼ିଛି। ଗୁରୁତର ୩ ଜଣ କନେଷ୍ଟବଲ ଓ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କଟକରୁ ଫେରିବା ବେଳେ କଲେଜ ବାଇପାସ ରାସ୍ତାରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ ସହ ଚାଳକ ଫେରାର ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।

Comments are closed.