ଟ୍ରକ ଓ କଣ୍ଟେନର ମୁହାଁମୁହିଁ ଧକ୍କା ; ଜଣେ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ବାରିକପୁର ନିକଟରେ ରବିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ଟ୍ରକ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇ କଣ୍ଟେନର ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଏଥିରେ ଟ୍ରକର ଚାଳକ ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ, ଉକ୍ତ ବାଲି ବୋଝେଇ ଟ୍ରକଟି ସୋର ଅଭିମୁଖେ ଯାଉଥିବା ବେଳେ କଣ୍ଟେନରଟି ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିଲା। ମାତ୍ର ସେହି ସମୟରେ ଟ୍ରକ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ କଣ୍ଟେନର ଚାଳକ ଗାଡ଼ି ଭିତରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକର ଚାଳକ ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ମୃତଦେହକୁ ଉଦ୍ଧାର କରିଥିଲା। ଟ୍ରକ ଓ କଣ୍ଟେନରକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.