ମୁରାଦାବାଦ ସଡ଼କ ଦୁର୍ଘଟଣା : ୫ ଶ୍ରମିକ ମୃତ, ୩ ଆହତ

ମୁରାଦାବାଦ : ଉତ୍ତରପ୍ରଦେଶର ରାମପୁରର ଶାହବାଦରେ ବୁଧବାର ସକାଳ ସମୟରେ ଏକ ବରଯାତ୍ରୀ ବସ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବୋଲେରୋରେ ଥିବା ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଶ୍ରମିକମାନେ ଏକ ଚିନି କଳକାରଖାନାରେ କାମ କରୁଥିଲେ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.