ନିହ୍ନୁଆ ଛକରେ ସ୍କୁଟି କୁ ଧକ୍କା ଦେଲା ଟ୍ରକ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ର ନିହ୍ନୁଆ ଛକ ନିକଟରେ ଆଜି ବିଳମ୍ୱିତ ସଂନ୍ଧ୍ୟାରେ ଏକ ସ୍କୁଟିକୁ ଏକ ଟ୍ରକ ଧକ୍କା ଦେଇଛି । ଦୁର୍ଘଟଣାରେ ସ୍କୁଟି ରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଛି । ଗୁରୁତର ଦୁଇ ଜଣ ଚେମଣା ପଞ୍ଚାୟତ ବଳିଆପଶି ଗ୍ରାମର ରବିନ୍ଦ୍ର ନାଏକ(୫୮) ଓ ବିଶ୍ବନାଥ ନାଏକ(୫୨) ବୋଲି ଜଣାପଡିଛି । ଉଭୟ ସ୍କୁଟି ଯୋଗେ ରାସ୍ତାର ଅପର ପାର୍ଶ୍ଵକୁ ଯାଉଥିବା ସମୟରେ ଯଶିପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Comments are closed.