ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର

ଚିକିଟି: କେ.ନୂଆଗାଁ ଥାନା ନିକଟ ବିରସିଂହ ଲକ୍ଷ୍ମୀ ନାରାୟଣ ପୁର ମୁଖ୍ୟ ରାସ୍ତାରେ ଆଜି ଅପରାହ୍ଣରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଜଣେ ଗୁରୁତର ଆହତ ହୋଇଥିଲା। ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ବ୍ୟକ୍ତିଙ୍କ ନାମ ସନାତନ ବେହେରା ଏବଂ ସେ ଜରଡ଼ା ଥାନା ନନ୍ଦିଗାଁର ବୋଲି ଜଣାପଡିଛି। ସନାତନ ଏକ ବାଇକ ଶୋ’ ରୁମରେ ଇନଷ୍ଟାଲ ମେଣ୍ଟ ସଂଗ୍ରହ କାମ କରନ୍ତି।

 

ଆଜି ନିଜ ଗାଁ କୁ ଫେରିବା ବେଳେ ଗଡ଼ଗିବିନ୍ଦପୁରର ଜଣେ ବାଇକ ଆରୋହୀଙ୍କ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ଗୁରୁତର ହୋଇଥିଲେ। ଉଭୟ ବାଇକ ଆରୋହୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିଟି ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସନାତନଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। କେ.ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବାଇକକୁ ଜବତ କରିଛି।

Comments are closed.