ଜମ୍ମୁ-କାଶ୍ମୀରରେ ମିନି ବସ ଦୁର୍ଘଟଣା ; ୮ ମୃତ

ଜମ୍ମୁ : ଜାମ୍ମୁ କାଶ୍ମୀରର ଦୋଡା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଆଜି ଖବର ମିଳିଛି। ଘାଇକୁ ଏକ ମିନି ବସ ଖସିପଡିବା ଫଳରେ ଏହି ଦୁର୍ଘଟଣା ଘଟିଛି। କିଶ୍ଟୱରରୁ ଜାମ୍ମୁକୁ ଆସୁଥିବା  ମିନି ବସ  ଘାଇରେ ଖସି ପଡ଼ିବା ପରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି।  ଏହାସହ ଏଥିରେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି। ଖବର ପାଇ ପୁଲିସ,ଉଦ୍ଧାରକାରୀ ଦଳ ଓ ଅଞ୍ଚଳବାସୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.