ଚକା ଫାଟି ରାସ୍ତା ତଳକୁ ଖସିଲା ଡମ୍ପର : ୨ ଗୁରୁତର

ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ନିକଟରେ ରବିବାର ଅପରାହ୍ନରେ ଏକ ଡ଼ମ୍ପର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ଖଲାସୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଡମ୍ପରଟି ଆସୁଥିବା ସମୟରେ ହଠାତ୍ ଆଗ ଚକା ଫାଟି ଯାଇଥିଲା। ଫଳରେ ଗାଡ଼ିଟି ସଡ଼କ ତଳକୁ ଖସିପଡ଼ି ଦୁଇଖଣ୍ଡ ହୋଇଯାଇଥିଲା।

Comments are closed.