ବାଇକ-ବୋଲେରୋ ଧକ୍କା: ୨ ମୃତ, ୮ ଗୁରୁତର

ନବରଙ୍ଗପୁର: ଉମରକୋଟ ବ୍ଲକର ତୋହରା, କିରିପଦର, ଏବଂ ପଦମଝରି ଗ୍ରାମର ୧୦ ଜଣ ଆଜି ଏକ ବୋଲେରୋରେ ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ଛତିଶଗଡ଼ ରାଜ୍ୟର ଗାରିଆବନ୍ଧକୁ ଯିବା ସମୟରେ ମେନପୁରର ଧାବଳାପୁର ନିକଟରେ ଏକ ବାଇକ ସହ ଧକ୍କା ହେବା ପରେ ଗଛରେ ପିଟି ​ହୋଇଯାଇଥିଲା​‌। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆହତଙ୍କୁ ଗାରିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Comments are closed.