ଗଛରେ ପିଟି ହୋଇ ୧୦ ଫୁଟ୍ ତଳକୁ ଖସିଲା ବୋଲେରୋ, ୪ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ସୋମଗିରି ନିକଟରେ ବୁଧବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ପ୍ରାୟ ୧୦ ଫୁଟ ତଳକୁ ଏକ ବୋଲେରୋ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକଙ୍କ ଘର ମୟୁରଭଞ୍ଜ ଜିଲ୍ଲା ହାଟବାଦଳାର ଟେଣ୍ଟପଶି ଗାଁର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସେମାନେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ଜିରାଙ୍ଗ ହାଟକୁ ଗୋରୁ କିଣିବାକୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା। ପଣ୍ଡାପଡ଼ା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଗୋଡ଼ ଭାଙ୍ଗି ଥିବା ବେଳେ ଆଉ ଜଣଙ୍କର ହାତ ଭାଙ୍ଗିଛି। ସେହିଭଳି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ବୋଲେରୋ ଡ୍ରାଇଭର ଦୁର୍ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

Comments are closed.