ଟ୍ରାକ୍ଟର ଦୁର୍ଘଟଣାରେ ସମାଜସେବୀ ସୁମନି ଝୋଡୀଆଙ୍କ ପୁଅ ମୃତ

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମାରିଭଟ୍ଟା ଗ୍ରାମ ନିକଟସ୍ଥ ପୋଲ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଶୀରିଗୁଡା ଗ୍ରାମର ସମାଜସେବୀ ସୁମନି ଝୋଡୀଆଙ୍କ ପୁଅ ବୈକୁଣ୍ଠ ଝୋଡୀଆ।ସୂଚନା ଅନୁଯାୟୀ, ଟ୍ରାକ୍ଟରରେ ଏକ ପାଣି ଟାଙ୍କି ନେଉଥିବା ସମୟରେ ଟ୍ରାକ୍ଟରଟି ପୋଲ ବାଡାରେ ଧକ୍କା ହେବା ଫଳରେ ସେ ପୋଲ ଉପରୁ ତଳକୁ ଛିଟିକି ପଡିଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ପୋଲ ତଳୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ରାବଡା ରାମା ରାଓ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାଏକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଆମ୍ବୁଲାନ୍ସ ଯୋଗେ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ କଲେଜକୁ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କାଶୀପୁର ବ୍ଲକରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଆସନ୍ତା କାଲି ଶବ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।