ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ଜଣ ଶିଶୁ ସମେତ ୫ ମୃତ

ମାଉ : ଉତ୍ତରପ୍ରଦେଶର ମାଉ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ରବିବାର ଖବର ମିଳିଛି। ଏଥିରେ ଏକ କାର ଦୁର୍ଘଟଣାରେ ୩ ଜଣ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଯୋଗ୍ୟ, ଦୋହରୀଘାଟ ଥାନା ଅଞ୍ଚଳରେ ସୋନବରସା ଗାଁ ନିକଟରେ ଶନିବାର ବିଳମ୍ବିତ ରାତିରେ ରାସ୍ତା କଡ ଖାଲ ଭିତରେ ଫଶି ଏକ କାର ପାଣି ଭର୍ତ୍ତି ଖାଇ ଭିତରକୁ ଓଲଟି ପଡିଥିଲା। କାର ଚାଳକଙ୍କ ଆଖି ଲାଖି ଯିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକମାନେ ଗୋରଖପୁରର ଚୌରୀଚୌରା ଥାନା ଅନ୍ତର୍ଗତ ଫୁଲବରିୟା ଗାଁର ବାସିନ୍ଦା ବୋଲି ଜଣାପଡିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଚାଳକ,୩ ଶିଶୁ ଓ ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Comments are closed.