ପ୍ରବାସୀ ବସ-ଟ୍ରକ ମୁହାଁମୁହିଁ ଧକ୍କା ; ଜଣେ ମୃତ

କଟକ : କଟକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ ନିକଟରେ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ଯାତ୍ରୀବାହୀ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଟ୍ରକ ଚାଳକଙ୍କ ମୃତ୍ୟୁ ହେବା ସହ ବସରେ ଥିବା ପ୍ରବାସୀ ଆହତ ହୋଇଛନ୍ତି। ମୃତ ଚାଳକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ପ୍ରବାସୀମାନେ କଟକ ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି। ବସଟି କେରଳର କୁନୁର ଅଞ୍ଚଳରୁ ଆସୁଥିଲା। ରାସ୍ତା ପ୍ରଶସ୍ତ କାମ ଚାଲୁଥିବାରୁ ଗୋଟିଏ ରାସ୍ତାରେ ବସ ଟ୍ରକ ଯାଉଥିବା ବେଳେ ଟ୍ରକଟି ଉକ୍ତ ବସକୁ ସାମ୍ନାପଟୁ ଧକ୍କା ଦେଇଥିଲା। ଖବର ପାଇ ଟାଙ୍ଗୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ଯାତ୍ରୀଙ୍କୁ ଅନ୍ୟ ବସ ଯୋଗେ ପଠାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.