ରାଞ୍ଚିରୋଡ୍‌ରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍ ; ରାସ୍ତା ଜାମ୍

ରେଙ୍ଗାଲି : ପୁରୁଣାରାଞ୍ଚି ରୋଡ୍‌ର ଗୁମଲୋଇ ପାଖରେ ଆଜି ପ୍ରତ୍ୟୁଷରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ରାସ୍ତା ଉପରେ ଓଲଟି ପଡିଥିଲା। ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ମଝି ରାସ୍ତାରେ ଟ୍ରକ୍ ଓଲଟି ସିମେଣ୍ଟ ବସ୍ତା ଗୁଡିକ ରାସ୍ତା ଉପରେ ବିଛାଡି ହୋଇ ପଡିଥିବାରୁ ପ୍ରାୟ ୨ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହୋଇଥିଲା। କତରବଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଟ୍ରକ୍ ଏବଂ ସିମେଣ୍ଟ ହଟାଇବାର ବ୍ୟବସ୍ଥା କଲା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।

Comments
Loading...