ପଛ ପଟୁ ଧକ୍କା ଦେଲା କ୍ରେନ, ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ

ପିପିଲି: ଆଜି ଅପରାହ୍ଣ ୪ ସମୟରେ ଏକ କ୍ରେନ୍‌ ଧକ୍କାରେ ଜଣେ ସାଇକଲ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ପିପିଲି ବାଇପାସ୍ ରାସ୍ତାର ତରାକାଜ ବ୍ରିଜ ତଳେ ଜଣେ ବ୍ୟକ୍ତି ସାଇକେଲରେ ଯାଉଥିବା ବେଳେ ପଛରୁ ଆସୁଥିବା ଏକ କ୍ରେନ୍‌ ତାଙ୍କୁ ଧକ୍କା ଦେବା ସହ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲ। ଏହି ଦୁର୍ଘଟଣାରେ ସାଇକଲ ଆରୋହୀଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Comments are closed.