କେନ୍ଦୁପାଟଣା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା – ୩ ମୃତ

କେନ୍ଦ୍ରାପଡା: ସାଲେପୁର ନିଶ୍ଚିନ୍ତକୋଇଲି ନିକଟସ୍ଥ କେନ୍ଦୁପାଟଣା ଛକ ନିକଟରେ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ୩ ଜଣକ ମୃତ୍ୟୁ ଘଟିଛି। ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ଯୁବକ କଟକ ଜିଲ୍ଲା ନନ୍ଦୋଳ ଗ୍ରାମର ମୁନା, ରିହାନ ଓ ହୀରା। ଗୋଟିଏ ବାଇକରେ ତିନି ଜଣ କେନ୍ଦ୍ରାପଡ଼ାରୁ କଟକ ଯାଉଥିବା ବେଳେ ଅଜଣା ଗାଡି ସହ ଦୁର୍ଘଟଣା ଘଟିଛି ଓ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି।

ପୋଲିସ ଦୁର୍ଘଟଣାସ୍ଥଳରୁ ୩ ଜଣକୁ ସାଲେପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା ଓ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡିକୁ ଠାବ କରିବାକୁ ପୁଲିସ ଚେଷ୍ଟା କରୁଛି। ତେବେ କଟକ ଚାନ୍ଦବାଲି ରାସ୍ତାରେ ଗତ ୬ ମାସ ମଧ୍ୟରେ ଲଗାତାର ଦୁର୍ଘଟଣା ଘଟୁଥିବା ବେଳେ ସେହି ରାସ୍ତାରେ କୌଣସି ଟ୍ରାଫିକ ବ୍ୟବସ୍ଥା ନ ଥିବାରୁ ଏଭଳି ଘଟୁଥିବା ଅଭିଯୋଗ ହୋଇଛି।

Comments are closed.