ବାଇକ ଧକାରେ ଜଣେ ମୃତ୍ୟୁ,ଜଣେ ଗୁରୁତର

0

ନେମାଳ : ନେମାଳ ଭାୟା କୋରୁଆ ରାସ୍ତା ର ମୁଳୁସୁଆଙ୍ଗ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକା ହୋଇଛି। ଏଥିରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ନଗସପୁର ପଞ୍ଚାୟତ ବରହମ୍ପୁର ଗ୍ରାମର ଝୁଲ ଗୁରୁଙ୍କ ପୁତ୍ର ଧିରେନ୍ଦ୍ର ଗୁରୁ ବୟସ (୨୭) ନିଜ ଘରୁ ନିଶ୍ଚିନ୍ତକୋଇଲି ଅଭିମୁଖେ ଯାଉଥିଲେ।ଏହି ସମୟରେ ବିପରିତ ଦିଗରୁ ଅନ୍ୟ ଏକ ବାଇକରେ ଝାଡେଶ୍ୱରପୁର ପଞ୍ଚାୟତ ସରୋବରପୁର ଗ୍ରାମର କାର୍ତ୍ତିକ ମଳିକଙ୍କ ପୁତ୍ର ଲୋକନାଥ ମଳିକ (୨୪) ଆସୁଥିଲେ। ଉଭୟ ଭାରସ୍ୟାମ ହରାଇ ଧକା ହୋଇ ଗୁରୁତର ହୋଇଥିଲେ।ସ୍ଥାନିୟ ଲୋକମାନେ ଘଟଣା ସ୍ଥଳରୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଶୋଚନୀୟ ହେବାରୁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଧିରେନ୍ଦ୍ରଙ୍କର ପରଲୋକ ହୋଇଛି।

Leave A Reply