ନୟାପଲ୍ଲୀ ଓଭରବ୍ରିଜରେ ସଡକ ଦୁର୍ଘଟଣା

ଭୁବନେଶ୍ୱର : ରାଜଧାନୀର ନୟାପଲ୍ଲୀ ଓଭରବ୍ରିଜ ଉପରେ ସଡକ ଦୁର୍ଘଟଣା ଘଟିଥିବା ନେଇ ଗୁରୁବାର ଜଣାପଡିଛି। ଓଭରବ୍ରିଜରେ ଲୁହା ପଥର ବୋଝେଇ ଟ୍ରକକୁ ପଛପଟୁ ଅନ୍ୟ ଏକ ଗାଡି ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଚାଳକ ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ଦୁର୍ଘଟଣା କାରଣରୁ ଓଭରବ୍ରିଜ ଉପରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

Comments are closed.