ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ବସ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି

୧୮ଜଣ ନିଖୋଜ

ସିଦ୍ଧି : ମଧ୍ୟପ୍ରଦେଶର ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ମଙ୍ଗଳବାର ରାମପୁର ନେକିନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ସମୟରେ ଯାତ୍ରୀବାହୀ ବସ କେନାଲକୁ ଓଲଟି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ହେବା ସହ ବର୍ତ୍ତମାନ ୧୮ଜଣ ନିଖୋଜ ରହିଛନ୍ତି। ୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି।
ସୂଚନା ଯୋଗ୍ୟ, ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିଥିଲା। ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପୁଲିସ ଓ ଏନଡିଆରଏଫ ଟିମକୁ ଖବର ଦେଇଥିଲେ। ବସଟି ସିଦ୍ଧିରୁ ସତନା ଯାଉଥିଲା। ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିବା ପରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି  ଥିଲେ।  ବସରେ ପ୍ରାୟ ୫୪ ଯାତ୍ରୀ ଥିଲେ।

Comments are closed.