ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ବସ ଖସିବା ଘଟଣା ; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଉଦ୍ଧାରକାର୍ଯ୍ୟ ଜାରି ; ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା

ସିଦ୍ଧି : ମଧ୍ୟପ୍ରଦେଶର ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ମଙ୍ଗଳବାର ରାମପୁର ନେକିନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ସମୟରେ ଏକ ଯାତ୍ରୀବାହୀ ବସ  ଓଲଟି ପଡ଼ିବା ଘଟଣାରେ କେନାଲରୁ ପ୍ରାୟ ୧୮ ଜଣଙ୍କ ମୃତଦେହ ଉଦ୍ଧାର ସହ ୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନା ଯୋଗ୍ୟ, ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିଥିଲା। ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପୁଲିସ ଓ ଏନଡିଆରଏଫ ଟିମକୁ ଖବର ଦେଇଥିଲେ। ବସଟି ସିଦ୍ଧିରୁ ସତନା ଯାଉଥିଲା। ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିବା ପରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି  ଥିଲେ।  ବସରେ ପ୍ରାୟ ୫୪ ଯାତ୍ରୀ ଥିଲେ। ପ୍ରଥମେ ଏହି ଘଟଣାରେ ୪ ମୃତଦେହ ଉଦ୍ଧାର କରାଯାଇଥିଲା।

Comments are closed.