ଓଲଟିଲା ଆଳୁ ବୋଝେଇ ଟ୍ରକ: ୨ ଗୁରୁତର

ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ହାତିବାରି ଛକ ନିକଟରେ ବୁଧବାର ଭାରସାମ୍ୟ ହରାଇ ଏକ ଆଳୁ ବୋଝେଇ ଟ୍ରକ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକର ଡ୍ରାଇଭର୍ ଓ ହେଲପର୍ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଆଳୁ ବୋଝେଇ ୧୪ ଚକିଆ ଟ୍ରକ କଲିକତାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା ଏବଂ ହାତିବାରି ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜପଥ ସମ୍ପ୍ରସାରଣ କାର୍ୟ୍ୟ ଚାଲୁଥିବା ବେଳେ କୌଣସି ସତର୍କ ସୂଚନା ନଥିବାରୁ ଏକ ଡାଇଭରସନ ପୋଲ ଉପରେ ଚଢିଯିବାରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Comments are closed.