ଶ୍ରୀକ୍ଷେତ୍ରରୁ ଦର୍ଶନ ସାରି ଫେରିବାବେଳେ ଟ୍ରକକୁ ଧକ୍କା ଦେଲା କାର, ୨ ମୃତ ଓ ୩ ଗୁରୁତର

କେନ୍ଦ୍ରାପଡ଼ା: ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ାର ୨ଟି ପରିବାର ନୂଆବର୍ଷରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଏକ କାରରେ ପୁରୀ ଯାଇଥିଲେ। ପୁରୀରେ ବୁଲାବୁଲି ସାରି ବୁଧବାର ରାତିରେ ଘରକୁ ଫେରିଥିଲେ। ରାତି ପ୍ରାୟ ୧୨ଟାରେ ଦୁହୁରିଆ ଛକରେ କାରଟି ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ମୃତକ ଦ୍ବୟ ହେଲେ ବିଜୟ ସାହୁ ଏବଂ ପ୍ରଣତି ପଣ୍ଡା।

Comments are closed.