କାରକୁ ଧକ୍କା ଦେଲା କାର ; ୧୩ ମୃତ

ବେଙ୍ଗାଲୁରୁ : କର୍ଣ୍ଣାଟକର ତୁମକୁରୁରେ କୁନିଗଲ ନିକଟରେ ଶୁକ୍ରବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି କାର ପରସ୍ପର ଧକ୍କା ହେବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଓ ୨ ଶିଶୁ ଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ଉକ୍ତ ୧୩ଜଣଙ୍କ ମଧ୍ୟରୁ ୧୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ଓ ଜଣେ ଶିଶୁର ମୃତ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା। ମୃତକଙ୍କ ମଧ୍ୟରେ ୧୦ ଜଣ ତାମିଲନାଡ଼ୁ ଓ ୩ ଜଣ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ତୀର୍ଥଯାତ୍ରୀ ଓ କର୍ଣ୍ଣାଟକର ଧର୍ମସ୍ଥଳକୁ ଯାଉଥିଲେ। ମାତ୍ର ସେହି ସମୟରେ ଗୋଟିଏ କାର ଡ଼ିଭାଇଡ଼ରରେ ପିଟି ହୋଇ ଅନ୍ୟ ଏକ କାରଟିକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିବା ସହ ମୃତାହତଙ୍କୁ ଉଦ୍ଧାର କରିଥିଲେ।

Comments are closed.